This browser does not support the video element.
ଦେବଗଡ: ଗଜୁରିବଣୀ ଗ୍ରାମରେ ଦ୍ୱିଦିବସୀୟ ହକି ପ୍ରତିଯୋଗିତା ଉଦଯାପିତ, ଠେଲକୋଛାପଲ ଜୀବନ ଜ୍ୟୋତି କ୍ଲବ ଚମ୍ପିୟାନ
Debagarh, Debagarh (Deogarh) | Oct 7, 2025
ତିଲେଇବଣି ବ୍ଲକ ଗଜୁରିବଣୀ ଗ୍ରାମରେ ପିଜି କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦ୍ୱିଦିବସୀୟ ହକି ପ୍ରତିଯୋଗିତା ଆଜି ସନ୍ଧ୍ୟା ପ୍ରାୟ ୫ ଟାରେ ଉଦଯାପିତ ହୋଇଯାଇଛି । ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ରାଜଗାଙ୍ଗପୁର ରାମବାହାଳ ଆରଏମବିଏଲ କ୍ଲବକୁ ପରାସ୍ତ କରି ଠେଲକୋଛାପଲ ଜୀବନ ଜ୍ୟୋତି କ୍ଲବ ଚମ୍ପିୟାନ ହୋଇଥିବା ଜଣାପଡିଛି । ଏହି ଅବସରରେ ବିଜେତା ଦଳକୁ ଟ୍ରଫି ସହିତ ବଡ ଖାସି ଏବଂ ଉପବିଜେତା ଦଳକୁ ଟ୍ରଫି ସହିତ ଛୋଟ ଖାସି ପୁରସ୍କାର ପ୍ରଦାନ କରାଯାଇଥିଲା ।