This browser does not support the video element.
ସୁନ୍ଦରଗଡ ସହର: OCPL - ସର ବାହାଲ ରାସ୍ତାର ବ୍ରିଜ ସମ୍ପୂର୍ଣ୍ଣ ଧୋଇ ଗଲା, ଗମନା ଗମନ ଠପ୍
Sundargarh Town, Sundargarh | Aug 22, 2025
ଆଜି 22 ଅଗଷ୍ଟ ଶୁକ୍ରବାର ମଧ୍ୟାହ୍ନ 1:30 ସମୟର ଇଏ ହେଉଛି ଚିତ୍ର। ହେମଗିର ବ୍ଲକ୍ ମନୋହର ପୁର OCPL - ସର ବାହାଲ ମୁଖ୍ୟ ରାସ୍ତାର ସର ବାହାଲ ବ୍ରିଜ ପ୍ରବଳ ବର୍ଷା ଯୋଗୁଁ ସଂପୂର୍ଣ୍ଣ ଉପୁଡି ଭାସି ଯାଇଛି। ଫଳରେ ସାନ ଘୁମୁଡ଼ା ପଞ୍ଚାୟତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ସହ ଗମନା ଗମନ ଠପ୍ ହୋଇଛି। ଜରୁରୀ କାଳୀନ ସେବା ନେଇ ଲୋକେ ଚିନ୍ତିତ। ସୂଚନା ଅନୁସାରେ ଆଜି ସକାଳ ଠାରୁ ହେମଗିର ବ୍ଳକର 150 ମିଲି ମିଟର ବର୍ଷା ରେକର୍ଡ଼ ହୋଇଥିବା ବେଳେ ତାରି ପ୍ରଭାବରେ ବିଭିନ୍ନ ସ୍ଥାନ ଜଳ ମଗ୍ନ ହେବା ସହ ବହୁ ସ୍ଥାନରେ ରାସ୍ତା ଧୋଇ ହୋଇ ଯାଇଛି। ତେବେ ସର ବାହାଲ ବ୍ରିଜ ସମ୍ପୂର୍ଣ୍ଣ ଧୋଇ ଯିବା