This browser does not support the video element.
କେନ୍ଦୁଝର ସହର: ପୋଲାଣଘାଟି ଗ୍ରାମର ପାତୁଳୁସାହି ରେ ଭାଲୁ ଆକ୍ରମଣ ରେ ଜଣେ ବୃଦ୍ଧ ଗୁରୁତର
Kendujhar Town, Kendujhar | Sep 6, 2025
ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୋଲାଣଘାଟି ଗ୍ରାମର ପାତୁଳୁସାହି ରେ ଭାଲୁ ଆକ୍ରମଣ ରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି।ଗୁରୁତର ହେଲେ ଶଙ୍କର୍ଷଣ ମହାନ୍ତ (୬୨)। ସେ ମାଛ ମାରିବା କୁ ଯାଉଥିବା ସମୟରେ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ପାଟି କରିବାରୁ ଭାଲୁ ଟି ପଳାଇଥିଲା ,ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତା ରେ ପ୍ରଥମେ ପାଟଣା ମେଡ଼ିକାଲ ରେ ଭର୍ତ୍ତୀ କରିଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।