This browser does not support the video element.
କୋରାପୁଟ ସହର: ଶ୍ମଶାନ ଯିବାକୁ ରାସ୍ତା ନାହିଁ ଜମି କିଣି କଣ୍ଟା ବାଡ କରି ଦେଲା ଜମି ମାଲିକ ଶବ ମଶାଣି ନେବାକୁ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମ ବାସୀ
Koraput Town, Koraput | Aug 25, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦି ଗାଁ ପଞ୍ଚାୟତ ଅଧିନସ୍ଥ ବାଣୁଆ ଗୁଡ଼ା ଗାଁରେ ଶ୍ମଶାନ ଯିବାକୁ ରାସ୍ତା ସୁବିଧା ନ ଥିବା ନେଇ ଅଭିଯୋଗ କରିଛନ୍ତି। ଗାଁ ର କେହି ଲୋକ ମୃତ୍ୟୁବରଣ କଲେ ଶବ ଧରି ମଶାଣି ଯିବାକୁ ରାସ୍ତା ନ ପାଇ, ନାହିଁ ନ ଥିବା ଅସୁବିଧା ର ସମୁଖୀନ ହେଉଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ଆଜି ଗାଁ ର ରାମ ଗୌଡ଼ର ଝିଅ ଗୋମତୀ ଗୌଡ଼ କୌଣସି ସ୍ବାସ୍ଥ୍ୟ ଜନିତ ସମସ୍ୟା ଥିବାରୁ ମୃତ୍ୟୁ ହୋଇଥିଲା। ଏହି ଝିଅଙ୍କ ସତ୍କାର ପାଇଁ ମଶାଣି ଯିବାକୁ କୋକେଇରେ ଶବ ଧରି ପରିବାର ଲୋକ ବନ୍ଧୁ ବାନ୍ଧବ ଗ୍ରାମ ବାସୀ ବାହାରି ଥିଲେ।