This browser does not support the video element.
କଟକ ପୌରାଞ୍ଚଳ: କଟକ ରେଲୱେ ଷ୍ଟେସନରୁ ନିଖୋଜ ନାବାଳକକୁ ଉଦ୍ଧାର କଲା ରେଳବାଇ ସୁରକ୍ଷା ପୋଲିସ, ପରିବାର ଲୋକଙ୍କୁ ହସ୍ତାନ୍ତର
Cuttack M Corp PS, Cuttack | Aug 31, 2025
କଟକ ରେଲୱେ ଷ୍ଟେସନରୁ ଘରୁ ପଳେଇ ଆସି ନିଖୋଜ ଥିବା ଜଣେ ନାବାଳକକୁ ଉଦ୍ଧାର କରିଛି କଟକ ରେଳବାଇ ସୁରକ୍ଷା ପୋଲିସ। ନାବାଳକକୁ କଟକ ରେଲୱେ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରୁ ଉଦ୍ଧାର କରାଯାଇ ରବିବାର ରାତି ୮ ଟା ସମୟରେ ତା ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପାଠ ପଢ଼ିବାକୁ କହିବାରୁ ନାବାଳକ ଜଣକ ରାଗି ଯାଇ କେନ୍ଦୁଝରରୁ ଟ୍ରେନ ଯୋଗେ କଟକ ଆସିଯାଇଥିଲା। ଏ ନେଇ ସୂଚନା ପାଇବା ପରେ କଟକ ରେଳବାଇ ସୁରକ୍ଷା ପୋଲିସ ସର୍ଚ୍ଚ ଅପରେସନ କରି ଆଜି ଅପରାହ୍ନ ସମୟରେ ନାବାଳକକୁ କଟକ ରେଲୱେ ଷ୍ଟେସନରୁ ଉଦ୍ଧାର କରିଥିଲେ।