This browser does not support the video element.
ଲାଞ୍ଜିଗଡ: ଲିଟିବଣ୍ଡେଲ ଗାଁର ଜଣେ ନିଖୋଜ ଯୁବକର ମିଳୁନି ପତା, ଥାନାର ଦ୍ୱାରସ୍ତ ହେଲେ ବାପା
Lanjigarh, Kalahandi | Aug 23, 2025
କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଲିଟିବଣ୍ଡେଲ ଗାଁର ଧନ ହରିଜନଙ୍କ ପୁଅ ଦେବେନ୍ଦ୍ର ହରିଜନ (୨୩) ଗତ ୦୮ ତାରିଖ ଶୁକ୍ରବାର ଦିନ ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଘରୁ କୁଆଡ଼େ ବାହାରି ଚାଲି ଯାଇଥିଲେ। ନିଖୋଜ ଦେବେନ୍ଦ୍ରଙ୍କ ବାପା କହିବା ମୁତାବକ ଗତ ଦୁଇ ବର୍ଷ ପୂର୍ବେ ତାଙ୍କ ପୁଅ କିଛି ମାତ୍ରାରେ ପାଗଳ ପରି ହେଉଥିଲେ କିନ୍ତୁ ଯୁଆଡେ଼ ଗଲେ ବି ଘରକୁ ଫେରୁଥିଲେ। ବ୍ୟାକୁଳ ହୋଇ ବହୁତ ଖୋଜାଖୋଜି ପରେ ମଧ୍ୟ ନ ମିଳିବାରୁ ଥାନାର ଦ୍ଵାରସ୍ଥ ହେଲେ ବାପା