This browser does not support the video element.
ଆସିକା: ବାଲିଛାଇ ନିକଟ ଜୁଆ ଆଡ୍ଡା ଉପରେ ଚଢ଼ାଉ, ନଗଦ ଟଙ୍କା ସହ ୮ ଜଣଙ୍କୁ ଗିରଫ କଲା ପୋଲିସ
Asika, Ganjam | Aug 23, 2025
ବଡ଼ ଧରଣ ର ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ଗଞ୍ଜାମ ଜିଲ୍ଲା ଆସିକା ପୋଲିସ l ଚଢ଼ାଉ ବେଳେ ତାସ ସହ ନଗଦ 20,600 ଟଙ୍କା ଏବଂ ଆଠ ଜଣ ଯୁଆଡ଼ି ଙ୍କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ବାଲିଛାଇ ଗ୍ରାମ ନିକଟରେ କିଛି ଦୀନ ହେବ ଏକ ଜୁଆ ଆଡା ଚାଲିଥିଲା l ଜୁଆ ଆଡ୍ଡା ରେ ପ୍ରତ୍ୟେକ ଦୀନ ଲକ୍ଷ ଲକ୍ଷ ଟଙ୍କା ର ସଟା ଲାଗୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଆସିକା ପୋଲିସ l ଜୁଆ ଆଡ୍ଡା ଚଢ଼ାଉ ପାଇଁ ଆସିକା ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରାଯାଇ ଆଜି ଅଚାନକ ଚଢ଼ାଉ କରାଯାଇଥିଲା l