Download Now Banner

This browser does not support the video element.

ଝାରସୁଗୁଡା: ଲଇକେରା-ବାଗଡିହି ମୁଖ୍ୟ ରାସ୍ତା ର ହାତିଆନଦୀ ପୋଲ ନିକଟ ବୁଲାଣୀ ରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣା ଗ୍ରସ୍ତ

Jharsuguda, Jharsuguda | Sep 13, 2025
ଝାରସୁଗୁଡା ଜିଲ୍ଲା ଲଇକେରା-ବାଗଡିହି ମୁଖ୍ୟ ରାସ୍ତା ର ହାତିଆନଦୀ ପୋଲ ନିକଟ ବୁଲାଣୀ ରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଅଳ୍ପକେ ବର୍ତ୍ତିଛନ୍ତି କାର ଚାଳକ l ସୂଚନା ଅନୁସାରେ ଆଜି ଶନିବାର ଦିନ ୨ ଟା ସମୟରେ ବାଗଡିହି ନିକଟ ରଙ୍ଗିଆଟିକ୍ରା ଗାଆଁ ର ପଙ୍କଜ ପଟେଲ ନିଜ ୱାଗନାର କାରରେ ସମ୍ବଲପୁର ରୁ ନିଜ ଗାଁ କୁ ଫେରୁଥିବା ସମୟରେ ହାତିଆ ନଦୀ ର ପୋଲ ନିକଟରେ ଥିବା ବୁଲାଣି ରେ ଭାରସାମ୍ୟ ହରାଇ ରାସ୍ତା କଡ କୁ କାର ଟି ଓଲଟି ପଡ଼ିଥିଲା l ସ୍ଥାନୀୟ ଲୋକେ ଚାଳକ ପଙ୍କଜ ଙ୍କୁ ଉଦ୍ଧାର କରିଥିବା ବେଳେ ପଙ୍କଜ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us