This browser does not support the video element.
ନର୍ଲା: ଭୁବନେଶ୍ଵର ଲୋକସେବା ଭବନ ଠାରେ ଶ୍ରେଷ୍ଠ ଶିକ୍ଷା ଅଧୁକାରୀ ଭାବେ ସମ୍ମାନିତ ହେଲେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧୂକାରୀ
Narala, Kalahandi | Sep 5, 2025
ସେପ୍ଟେମ୍ବର ୫ ଶୁକ୍ରବାର ଗୁରୁ ଦିବସ । ଅପରାହ୍ନ ୨ଟା ବେଳେ ଭୁବନେଶ୍ଵର ଲୋକସେବା ଭବନର କନଭେନସନ ହଲ ଠାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଗୁରୁଦିବସ ପାଳନ ର ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହେଇଥିଲା । ଏହି ଉତ୍ସବ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀଙ୍କୁ ଶ୍ରେଷ୍ଠ ଶିକ୍ଷା ଅଧିକାରୀ ଭାବେ ସମ୍ମାନିତ କରାଯାଇଛି କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।