This browser does not support the video element.
ଅନୁଗୋଳ: ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି
Anugul, Angul | Aug 28, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁଗୁଳ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଆଜି ସନ୍ଧ୍ୟା ୫ ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଅଗଷ୍ଟ ୨୯ ତାରିଖ ସକାଳ ୮ଟା୩୦ ମିନଟ୍ ପର୍ଯ୍ୟନ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯିବା ସହିତ ବର୍ଷା ନିମନ୍ତେ ସତର୍କତା ଜାରୀ କରାଯାଇଛି । ଏହାସହ ଜିଲ୍ଲାରେ 30 ରୁ 40 କିମି ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ଅନୁମାନ କରାଯାଇଛି ।