This browser does not support the video element.
ଯାଜପୁର: ବିଂଝାରପୁର ବ୍ଲକ ନୂଆମାହାରା ନିକଟରେ ନଦୀବନ୍ଧରୁ ଖସିଲା ଅତତା,ସ୍ଥିତି ଅନୁଧ୍ୟାନ କଲେ ବିଧାୟିକା
Jajapur, Jajpur | Sep 5, 2025
ବିଂଝାରପୁର ବ୍ଲକ ନୂଆମାହାରା ନିକଟରେ ନଦୀବନ୍ଧରୁ ଖସିଲା ଅତଡା,ସ୍ଥିତି ଅନୁଧ୍ୟାନ କଲେ ବିଧାୟିକା,ତୁରନ୍ତ ସମାଧାନ ପାଇଁ ବିଭାଗ୍ୟ ଅଧିକାରୀଙ୍କ ସହିତ କଲେ ଆଲୋଚନା l ଗତ କିଛିଦିନ ହେବ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା l ଫଳରେ ବୈତରଣୀ ନଦୀରେ ପୁନଶ୍ଚ ବନ୍ୟା ପରିସ୍ଥିତି ଉପୁଜିଛି l ସେପଟେ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ବିଂଝାରପୁର ବ୍ଲକ ନୂଆମାହାରା ନିକଟରେ ନଦୀବନ୍ଧ ଅତଡା ଖସିବା ଯୋଗୁ ଘାଇ ହେବାର ପରିସ୍ଥିତି ସୃଷ୍ଟି ହେଇଛି l ଏହି ଖବର ପାଇ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ବିଭାଗ୍ୟ ଅଧିକାରୀଙ୍କୁ ଧରି ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l