This browser does not support the video element.
ଓରିଏଣ୍ଟ: ଓରିଏଣ୍ଟ ଥାନା ଅଞ୍ଚଳର ଜବାହାରନଗରରେ ଚୋରା ଗଞ୍ଜେଇ ବିକ୍ରି ବେଳେ ପୋଲିସ କଲା ଚଢ଼ାଉ
Orient, Jharsuguda | Sep 5, 2025
ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅଞ୍ଚଳର ଜବାହାରନଗରରେ ଚୋରା ଗଞ୍ଜେଇ ବିକ୍ରି ବେଳେ ପୋଲିସ କଲା ଚଢ଼ାଉ l ଗତକାଲି ଏହି ଗଂଜେଇ ଚୋରା ଚାଲାଣ ହେଉଥିବାନେଇ ପୋଲିସ ସୂଚନା ପାଇ ତୁରନ୍ତ ଚଢ଼ାଉ କରି ୭୧୬ ଗ୍ରାମ ଚୋରା ଗଞ୍ଜେଇ ଜବତ କରିବାସହ ଜଣେ ଅଭିଯୁକ୍ତ କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ଜଣକ କାଲିନଗର ର ଗୁଡ୍ଡୁ ହରିଜନ l ଗୁଡ୍ଡୁ କୁ ପୋଲିସ ଗିରଫ କରି କେସ ନମ୍ବର ୧୫୭ ରେ ଏକ ମାମଲା ରୁଜୁ କରି ତଦନ୍ତ କରିବାସହ ଆଜି କୋର୍ଟ ଚାଲାଣ କରିଥିବାନେଇ ବ୍ରଜରାଜନଗର ଏସଡିପିଓ ଆଜି ଶୁକ୍ରବାର ସନ୍ଧ୍ୟା ୭ ଟା ରେ ସୂଚନା ଦେଇଛନ୍ତି l