This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଆଚାର୍ଯ୍ୟ ବିହାର ଛକରୁ 200ଲିଟର ଦେଶୀ ମଦ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ
Bhubaneswar M Corp, Khordha | Sep 6, 2025
ଆଚାର୍ଯ୍ୟ ବିହାର ଛକରୁ 200ଲିଟର ଦେଶୀ ମଦ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଆଜି 2.34ରେ ଅବକାରୀ ଥାନା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଆଚାର୍ଯ୍ୟ ବିହାର ଅଞ୍ଚଳରେ ରେଡ କରିଥିଲେ | ଜଣେ ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହ ତା ନିକଟରୁ 200ଲିଟର ଦେଶୀମଦ ଜବତ କରିଛି ଅବକାରୀ ଥାନା ପୋଲିସ | ଗିରଫ ଅଭିଯୁକ୍ତ ହେଲେ ଟୁକୁ ବୁଦାନୀ | ଏହାସହ ତା ନିକଟରୁ ମଧ୍ୟ ଗୋଟିଏ ମୋଟର ସାଇକେଲ ଜବତ କରା ଯାଇଛି | ଯେଉଁ ମୋଟର ସାଇକେଲ ରେ ଟୁକୁ ବୁଲି ବୁଲି ଦେଶୀ ମଦ ବିକ୍ରି କରୁଥିବା ତଦନ୍ତ ରୁ ଜଣା ପଡିଛି |