This browser does not support the video element.
ଦେବଗଡ: ରିଆମାଳ ବ୍ଳକ ସଦର ମହକୁମାରେ ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Debagarh, Debagarh (Deogarh) | Jun 15, 2025
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକ ସଦର ମହକୁମାରେ ଆଜି ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରିଆମାଳ ସ୍ଥିତ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନିଜସ୍ଵ କାର୍ୟ୍ୟାଳୟରେ ଦିନ ପ୍ରାୟ ୧୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଶୁଣାଣି ଶିବିରରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗଦେଇ ଜନସାଧାରଣ ଆଣିଥିବା ୨୩ ଟି ବ୍ୟକ୍ତିଗତ ଏବଂ ସାମୁହିକ ଅଭିଯୋଗ ଶୁଣିଥିଲେ । ଏଥିସହ ଅଭିଯୋଗ ହୋଇଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଅଭିଯୋଗ ଆଣିଥିବା ଜନସାଧାରଣଙ୍କୁ ବିଧାୟକ ପ୍ରତିଶ୍ମୃତି ଦେଇଥିଲେ ।