This browser does not support the video element.
ଫୁଲବାଣୀ ସହର: ଫୁଲବାଣୀ ଠାରେ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Phulabani Town, Kandhamal | Oct 6, 2024
ପୂର୍ବ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଲକ୍ଷ୍ମୀ ବସ ଘରୋଇ ବସ ପାଇଁ ସମସ୍ୟା ସୃଷ୍ଟି କରିଛି। କ୍ଷମତାକୁ ଆସିଲେ ଏହି ଯୋଜନାର ସମୀକ୍ଷା କରିବେ ବୋଲି କହିଥିଲେ ବର୍ତ୍ତମାନର ମୂଖ୍ୟମନ୍ତ୍ରୀ। ଅପରପକ୍ଷରେ, ଯୋଜନାର ଦ୍ବିତୀୟ ପର୍ଯ୍ୟାୟକୁ ଲାଗୁ କରିବା ପାଇଁ ଏବେ ନୂତନ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ଘରୋଇ ବସ ମାଲିକ ସଂଘ। ସଂଘ କର୍ମକର୍ତା ଙ୍କ କହିବା ଅନୁଯାୟୀ, ଅନେକ ବେକାର ଯୁବକ ଗ୍ରାମାଞ୍ଚଳରେ ବସ ଚଳାଚଳ କରି ଜୀବିକା ନିର୍ବାହ କରୁଛନ୍ତି। ଲକ୍ଷ୍ମୀ ବସ ଯୋଜନା ଫଳରେ ଏମାନଙ୍କ ପେଟପାଟଣା ଏବେ ଆଶଙ୍କାରେ ପଡ଼ିଛି।