This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ମହାପୁରୁଷ ହଜରତ ମହମ୍ମଦ ଙ୍କ ଜୟନ୍ତୀ ଅବସରରେ ଦରଘା ମଇଦାନ ଠାରେ ବିଶାଳ ଶୋଭାଯାତ୍ରାର ଶୁଭାରମ୍ଭ,ଯୋଗଦେଲେ ପୂର୍ବତନ ବିଧାୟକ
Baleshwar M, Balasore | Sep 5, 2025
ଇସଲାମ ଧର୍ମ ର ପ୍ରବର୍ତ୍ତକ ମହାପୁରୁଷ ହଜରତ ମହମ୍ମଦ ଙ୍କ ଜୟନ୍ତୀ ଶୁକ୍ରବାର ସାରା ବିଶ୍ୱରେ ପାଳିତ ହେଉଥିବା ବେଳେ ବାଲେଶ୍ବର ରେ ମଧ୍ୟ ଆନନ୍ଦ ଉଲ୍ଲାସ ସହ ପାଳନ କରିଛନ୍ତି ଇସଲାମ ଧର୍ମାବଲମ୍ବୀ ମାନେ।ଏହି ପରିପ୍ରେକ୍ଷୀରେ ଜସନ୍-ଏ- ଇଦ୍ ମିଲାଦୁନ୍ ନବୀ କମିଟି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ସକାଳ ୭ ଟାରେ ଦରଘା ମୈଦାନ ରୁ ବାହାରି ସହର ପରିକ୍ରମା କରିବା ପରେ ପୁଣି ପୂର୍ବାହ୍ନ ୧୦ ଘଟିକା ରେ ଦରଘା ମୈଦାନ କୁ ପ୍ରତ୍ୟାବର୍ତ୍ତନ କରିଥିଲା । ଶାନ୍ତି ଶୃଙ୍ଖଳା ସହ ଏହି ଶୋଭାଯାତ୍ରା ସହର ପରିକ୍ରମା କରୁଥିବା ବେଳେ ବାଲେଶ୍ବର ର ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇଥିଲେ।