This browser does not support the video element.
ଯାଜପୁର: ଦଶରଥପୁର ବ୍ଲକ କସପା ଘାଇ ଅଞ୍ଚଳକୁ ବିଜେଡି ପ୍ରତିନିଧି ଦଳ ଗସ୍ତ,ବନ୍ୟାର କଲେ ଅନୁଧ୍ୟାନ,ତୁରନ୍ତ ଘାଇ ମରାମତି ପାଇଁ କଲେ ଦାବୀ
Jajapur, Jajpur | Aug 30, 2025
ଦଶରଥପୁର ବ୍ଲକ କସପା ଘାଇ ଅଞ୍ଚଳକୁ ବିଜେଡି ପ୍ରତିନିଧି ଦଳ ଗସ୍ତ,ବନ୍ୟାର କଲେ ଅନୁଧ୍ୟାନ,ତୁରନ୍ତ ଘାଇ ମରାମତି ପାଇଁ କଲେ ଦାବୀ l ଗତ କିଛି ଦିନ ତଳେ କାଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଦଶରଥପୁର କସପା ଅଞ୍ଚଳରେ ଘାଇ ସୃଷ୍ଟି ହେଇ ବ୍ୟାପକ କ୍ଷକ୍ଷତି ହେଇଥିଲା l ଏହି ଘଟଣାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ଦଳ କସପା ଅଞ୍ଚଳ ଗସ୍ତ କରି ବନ୍ୟା ପୀଡ଼ିତ ପରିବାରକୁ ଭେଟି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ l ଏଥିସହିତ ଘାଇ ସୃଷ୍ଟି ହେଇଥିବା ସ୍ଥାନକୁ ଯାଇ କାର୍ଯ୍ୟର ଅନୁଧ୍ୟାନ କରିଥିଲେ l