This browser does not support the video element.
ଦେବଗଡ: ଜିଲ୍ଲାରେ ବଜ୍ରପାତ ଓ ଝଡବର୍ଷା ସମ୍ଭାବନା, ଆଜି ଠାରୁ ୩୦ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି
Debagarh, Debagarh (Deogarh) | Aug 25, 2025
ଦେବଗଡ ଜିଲ୍ଲାରେ ବଜ୍ରପାତ ଓ ଝଡବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଏଥିସହ ଆଜି ଠାରୁ ଆସନ୍ତା ୩୦ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ସହିତ ସତର୍କ ସୂଚନା ଦିଆଯାଇଛି । ବିଜୁଳି, ଘଡଘଡି ସହିତ ୩୦ ରୁ ୪୦ କିମି ବେଗରେ ଝଟକା ପବନ ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ସତର୍କ କରାଯାଇଥିବା ବେଳେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜି ଦିନ ପ୍ରାୟ ୨ ଟାରେ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଠାରୁ ଏନେଇ ସୂଚନା ମିଳିଛି ।