This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ପଶ୍ଚିମାଞ୍ଚଲ ଏକତା ମଞ୍ଚ ନାରୀ ଶକ୍ତି ପକ୍ଷରୁ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ପାରମ୍ପରିକ ସପ୍ତପୁରୀ ଅମାବାସ୍ୟା ପାଳିତ
Sambalpur M, Sambalpur | Aug 23, 2025
ପଶ୍ଚିମାଞ୍ଚଲ ଏକତା ମଞ୍ଚ ନାରୀ ଶକ୍ତି ପକ୍ଷରୁ ଶନିବାର ଅପରାହ୍ନ ପ୍ରାୟ 4 ଟା ସମୟରେ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ପାରମ୍ପାରିକ ପୁରା ଉଆଁସ ବା ସପ୍ତପୁରୀ ଅମାବାସ୍ୟା ପାଳନ କରାଯାଇଛି । ଛୋଟ ଛୋଟ ପିଲାମାନେ ଭବିଷ୍ୟତ ସଂସାରର ଚଳଣୀକୁ ଖେଳ ମାଧ୍ୟମରେ ଶିକ୍ଷା ଦେବାପାଇଁ ଏହି ଉତ୍ସବ ପାଳନ କରାଯାଇଥାଏ । ଏହି ଦିନ ମା’ ମାନେ ଝିଅମାନଙ୍କ ପାଇଁ ମାଟି ତିଆରି କୁଣ୍ଢିକାଞ୍ଚି ଖେଳିବା ପାଇଁ ଦେଇଥାନ୍ତି । ସେହିପରି ପୁଅପିଲାମାନେ କାଠ ଏବଂ ମାଟି ତିଆରି ବଳଦ, ହାତୀ, ଘୋଡା ଖେଳିଥାନ୍ତି । ତେବେ ସାଂସାରିକ ଜୀବନ ଜିଇଁବା ପାଇଁ ପିଲାଟି ଦିନରୁ ମା ବାପା ମାନେ ପୁଅଝିଅକୁ ଏହ