This browser does not support the video element.
ଯାଜପୁର: ସଂକୁଆ ପୋଲ ପାର୍ଶ୍ଵରେ ଶୌଚ ହେବା ବେଳେ ବନ୍ୟା ପାଣିରେ ଛାତ୍ର ନିଖୋଜ ଘଟଣା, ଓଡ୍ରାଫ ଟିମ ଦ୍ୱାରା ଯୁବକଙ୍କ ମୃତଦେହ ଉଦ୍ଧାର
Jajapur, Jajpur | Aug 27, 2025
ସଂକୁଆ ପୋଲ ପାର୍ଶ୍ଵରେ ଶୌଚ ହେବା ବେଳେ ବନ୍ୟା ପାଣିରେ ଛାତ୍ର ନିଖୋଜ ଘଟଣା,ଓଡ୍ରାଫ ଟିମ ଦ୍ୱାରା ଯୁବକଙ୍କ ମୃତ ଦେହ ଉଦ୍ଧାର l ଦଶରଥପୁର ବ୍ଲକ୍ରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପାଣିରେ ବ୍ୟାପକ କ୍ଷକ୍ଷତି ହେଇଥିବା ବେଳେ ଏହାର ଶାଖା ନଦୀରେ ଗତକାଲି ଜଣେ କଲେଜ ଛାତ୍ର ଶୌଚ ହେବାକୁ ଯାଇ ନିଖୋଜ ହେଇଯାଇଥିଲେ । ଛାତ୍ର ଜଣକ ମଲ୍ଲିକାପୁର ପଞ୍ଚାୟତ ୮ ନମ୍ବର ୱାର୍ଡର ମନ୍ମଥ ରଣାଙ୍କ ପୁଅ ମଦନ ରଣା ବୋଲି ଜଣାପଡିଥଲା l ମଲ୍ଲିକାପୁର-ବଉଳାଙ୍ଗ ରାସ୍ତା ସଂକୁଆ ପୋଲ ପାର୍ଶ୍ଵରେ ଶୌଚ ହେଉଥିବା ସମୟରେ କୌଣସି କାରରୁ ଗୋଡ଼ ଖସିଯିବାରୁ ସେ ବନ୍ୟା ପାଣିରେ ଭାସି ଯାଇଥିଲେ l