This browser does not support the video element.
କୋରାପୁଟ ସହର: କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ନିଷ୍ଠା ତାଲିମ ଶିବିର ଉଦଘାଟିତ
Koraput Town, Koraput | Sep 8, 2025
କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କୋରାପୁଟ ବ୍ଲକସ୍ତରରେ ପଞ୍ଚଦିବସୀୟ ଶିକ୍ଷକ ତାଲିମ ନିଷ୍ଠା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପ କାର୍ଯ୍ୟାଳୟର ଅନ୍ତନିବେଶି ଶିକ୍ଷା ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତି, ଭାରପ୍ରାପ୍ତ ସହାୟକ ବ୍ଲକ୍ ଶିକ୍ଷା ଅଧିକାରୀ ସଂଯୁକ୍ତା କଅଁର ଏବଂ ବି ଆର ପି ପ୍ରଦୀପ କୁମାର ପାତ୍ର ଯୋଗ ଦେଇଥିଲେ। ଅନ୍ତନିବେଶି ଶିକ୍ଷା ସମ୍ବନ୍ଧିତ ବିଭିନ୍ନ ଅଧିକାର,ଭୂମିକା ଓ ଦାୟିତ୍ୱ ଉପରେ ଶିବିରିରେ ଉପସ୍ଥାପନ କରିଥିଲେ। ଏହି ତାଲିମ ଶିବିରରେ କୋରାପୁଟ ବ୍ଲକ୍ ର ୮୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।