Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଉପର ପଡ଼ିଆରେ ବାଲିଯାତ୍ରା ନକରିବା ପାଇଁ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ବିଭିନ୍ନ ସଂଗଠନର ଜିଲ୍ଲାପାଳଙ୍କୁ ଦାବିପତ୍ର

Cuttack M Corp PS, Cuttack | Sep 13, 2025
କଟକର ଐତିହାସିକ ବାଲିଯାତ୍ରା ଉପରେ ପଡ଼ିଆରେ ନକରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଇଛି। ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରି କଟକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭଏସ ଅଫ କଟକ ନାମକ ସଂଗଠନ ଶନିବାର ସନ୍ଧ୍ୟା ୫ ଟା ସମୟରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ କଟକ ଜିଲ୍ଲାପାଳଙ୍କୁ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ସମୟରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି ସଂଗଠନ।
Read More News
T & CPrivacy PolicyContact Us