This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ପୋଲିସ ପକ୍ଷରୁ ଆରମ୍ଭ ହେଲା ଅଭିଯାନ ପ୍ରହାର - ବିପୁଳ ପରିମାଣରେ ଗୁଟଖା ଓ ସିଗାରେଟ ଜବତ୍
Titlagarh, Balangir | Sep 11, 2025
ଟିଟିଲାଗଡ଼ ପୋଲିସ ପକ୍ଷରୁ ଆରମ୍ଭ ହେଲା ଅଭିଯାନ ପ୍ରହାର ଟିଟିଲାଗଡ଼ ସହରର ବିଭିନ୍ନ ପାନ ଦୋକାନ, ଡେଲି ନିଡ୍ସ ଦୋକାନରେ ଟିଟିଲାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ତନାଘନା ତଥା ଯାଞ୍ଚ କରିବା ସହ ବିପୁଳ ପରିମାଣରେ ଗୁଟଖା ଓ ସିଗାରେଟ ଜବତ୍ କରାଯାଇଛି। ଆଜି ସାତ ଜଣ ବିକ୍ରେତାଙ୍କ ଉପରେ ଚଢ଼ାଉ ଖବର ପାଇ ସହରର ଅନ୍ୟାନ୍ୟ ଗୁଟଖା ସିଗାରେଟ ବିକ୍ରେତା ଦୋକାନ ବନ୍ଦ କରିଦେଇଥିଲେ। ତେବେ ଆଗାମୀ ଦିନରେ ଆହୁରି ଚଢ଼ାଉ ଜାରି ରହିବ ବୋଲି ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି।