Download Now Banner

This browser does not support the video element.

ବିଞ୍ଝାରପୁର: ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶତାଧିକ ବ୍ୟବସାୟୀଙ୍କ ବିକ୍ଷୋଭ ଓ ପ୍ରତିବାଦ

Binjharpur, Jajpur | Jul 30, 2024
ଯାଜପୁର ର ପୁରାତନ ବିରଜା ହାଟ କୁ ପୁନଃ ଅବସ୍ଥାପିତ କରିବା ଦାବିରେ ଆଜି ଶତାଧିକ ବ୍ୟବସାୟୀ ଙ୍କ ପକ୍ଷରୁ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ପୂର୍ବରୁ ଏଠାରେ ଚାଲିଥିବା ହାଟ କୁ ଜିଲା ପ୍ରଶାସନ ସନ୍ଥମାଧବ ଅଞ୍ଚଳ କୁ ସ୍ଥାନାନ୍ତର କରିଛି। କିନ୍ତୁ ନିର୍ବାଚନ ପରେ ଏହି ପୁରଣା ହାଟ କୁ ପୁନଃ ଅବସ୍ଥାପିତ କରିବାକୁ ଦାବି ଜୋର ଧରିଛି। ଆଜି ହାଟ ବ୍ୟବସାୟୀ ଓ ଚାଷୀ ମାନେ ଏକାଠି ହୋଇ ବିରଜା ମନ୍ଦିର ନିକଟରୁ ଏକ ବିଶାଳ ରାଲିରେ ରେ ଆସି ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
Read More News
T & CPrivacy PolicyContact Us