This browser does not support the video element.
ବିଶୋଇ: ବାବା ଭୋଳାନାଥ କ୍ଲବ ଫୁଟବଲ ପ୍ରତିଯୋଗିତାରେ ଯୋଗଦେଲେ ସାରସକଣା ବିଧାୟକ
Bisoi, Mayurbhanj | Jul 2, 2024
ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଅସନସିକଡ ଗ୍ରାମର ବାବା ଭୋଳା ନାଥ କ୍ଲବ ଦ୍ଵାରା ଆୟୋଜିତ ଫୁଟବଲ ପ୍ରତିଯୋଗିତାର ଆଜି ମଙ୍ଗଳବାର ଅପରାହ୍ନ ଚାରିଟା ସମୟରେ, ସାରସକଣା ବିଧାୟକ ଭାଦବ ହାଁସଦା ମୂଖ୍ୟ ଅତିଥି ଭାବେ ଯୋଗଦେଇ, ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଦଳକୁ ପୁରସ୍କାର ବିତରଣ କରିଥିଲେ। ଏହି ଫୁଟବଲ ପ୍ରତିଯୋଗିତାର ବିଶୋଇ ବ୍ଲକର ଗ୍ରାମାଞ୍ଚଳର ଥିବା ଫୁଟବଲ ପ୍ରତିଭା ମାନଙ୍କର ଚିତ୍ତାକର୍ଷକ ଖେଳ ଦେଖିବା, ଆଖପାଖ ଗାଁର ବହୁ ଫୁଟବଲ ପ୍ରେମି ପଡ଼ିଆରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କ୍ଲବର ସଭାପତି, ସମ୍ପାଦକ ଓ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।