This browser does not support the video element.
ଘସିପୁରା: ବାଂଶପାଳ ବ୍ଲକର ବ୍ରାହ୍ମଣୀ ନାଳ ପୋଲ ଉପରେ ୭ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ଅଁରା ରୁ ରାଇଗୋଡା ଯୋଗାଯୋଗ ବିଚ୍ଛିନ୍ନ
Ghasipura, Kendujhar | Aug 24, 2025
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବ୍ରାହ୍ମଣୀ ନାଳ ପୋଲ ଉପରେ ୭ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ । ଅଁରା ରୁ ରାଇଗୋଡା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅଟକି ରହିଛି ଶତାଧିକ ଗାଡ଼ି ମୋଟର । କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ରେ ଗତ ୩ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି। ଫଳରେ ବୈତରଣୀ ନଦୀ, ମଲଦା, ବ୍ରାହ୍ମଣୀ, ବଇଙ୍ଗା ଆଦି ନାଳ ରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଜଳ ପ୍ରବାହିତ ହେଉଛି । ବୈତରଣୀ ଓ ମଲଦା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ କେନ୍ଦୁଘାଟି, ହଳଡିହି ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ସହ ଲୋକେ ଜଳବନ୍ଦୀ ହୋଇ ରହୁଛନ୍ତି ।