Download Now Banner

This browser does not support the video element.

ରାୟଗଡା: ଜିଲ୍ଲାପାଳ କାର୍ଯ୍ୟଳୟକୁ ଯାଇ ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ୧୯ ଜଣ କାଉନସିଲର ଆଣିଲେ ଅନାସ୍ଥା ପ୍ରସ୍ତାବ

Rayagada, Rayagada | Sep 12, 2025
ରାୟଗଡ଼ା ବିଜେଡି ଦଳର ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌ ଏନ୍ ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା ବିଜେଡି ଛାଡ଼ିବା ପରେ ବର୍ତ୍ତମାନ ରାୟଗଡ଼ା ଜିଲା ବିଜେଡିରେ ଘନେଇଛି ବିବାଦ।ଫଳସ୍ବରୂପ ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ୧୯ ଜଣ କାଉନସିଲର କାର୍ଯ୍ୟରେ ଅସହଯୋଗ ନେଇ ଏକ ଅନାସ୍ଥା ପ୍ରସ୍ତାବ ଆଜି ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ପ୍ରଦାନ କରିଛନ୍ତି।କାଉନସିଲରମାନଙ୍କ ଅଭିଯୋଗ ଅନୁସାରେ ଉପାଧ୍ୟକ୍ଷା ଶୁଭ୍ରା କାଉନସିଲରଙ୍କ ମତାମତ ଗ୍ରହଣ ନ କରିବା ସହିତ ଉନ୍ନତି କାର୍ଯ୍ୟରେ ସହଯୋଗ କରୁ ନ ଥିବା ଅଭିଯୋଗ କହିଛନ୍ତି
Read More News
T & CPrivacy PolicyContact Us