This browser does not support the video element.
କଟକ ପୌରାଞ୍ଚଳ: ମଧୁପାଟଣା ଥାନା ଅଧୀନରେ ନାବାଳିକାଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ସହ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ
Cuttack M Corp PS, Cuttack | Sep 10, 2025
କଟକ ମଧୁପାଟଣା ଥାନା ଅଧୀନରେ ଜଣେ ନାବାଳିକାଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ତାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ରୋସନ କୁମାର ସାହୁ। ଏ ନେଇ ବୁଧବାର ରାତି ୧୦ ଟା ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।