This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ କୋରଣ୍ଟ ଠାରେ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ସଦର ବିଧାୟକ
Bhadrak Rural, Bhadrak | Jun 11, 2025
ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗଦେଲେ ବିଧାୟକ। ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ରାନ୍ଦିଆ ପଞ୍ଚାୟତର କୋରଣ୍ଟ ଗ୍ରାମରେ ଅବସ୍ଥିତ ଗୁଣ୍ଡିଚା ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଅନୁଷ୍ଠିତ ହୋଇଛି। ଏଥିରେ ସଦର ବିଧାୟକ ସିତାଂଶୁ ଶେଖର ମହାପାତ୍ର ଯୋଗଦେଇ ଭକ୍ତି,ଶ୍ରଦ୍ଧା ଓ ଆଧ୍ୟାତ୍ମିକତାର ଏହି ଉତ୍ସବରେ ସାମିଲ ହୋଇ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନର ସୌଭାଗ୍ୟ ଲାଭ କରିଛନ୍ତି।ଚତୁର୍ଦ୍ଧା ମୂର୍ତ୍ତିଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଶାନ୍ତି ଓ ସମୃଦ୍ଧି ପରିପୂର୍ଣ୍ଣ ହେଉ ବୋଲି କହିଛନ୍ତି ବିଧାୟକ।