This browser does not support the video element.
ଓରିଏଣ୍ଟ: ତିଲିଆ ପଞ୍ଚାୟତ ଅନ୍ତର୍ଗତ ଠୁରୋପାଲି ଗ୍ରାମରେ ଭାଗବତ ଜନ୍ମ ଉତ୍ସବ ପାଳନ କରାଯାଇଛି
Orient, Jharsuguda | Sep 7, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ତିଲିଆ ପଞ୍ଚାୟତ ଅନ୍ତର୍ଗତ ଠୁରୋପାଲି ଗ୍ରାମରେ ଭାଗବତ ଜନ୍ମ ଉତ୍ସବ ପାଳନ କରାଯାଇଛି l ପଣ୍ଡିତ ଆକାଶ ମିଶ୍ରଙ୍କ ପୌରହିତ୍ୟରେ ଶନିବାର ଚତୁର୍ଦଶୀ ସଂଧ୍ୟା ୭ଟାରୁ କର୍ତ୍ତା ଦାମୋଦର ବଢ଼େଇ ପତ୍ନୀ ଲଲିତା ବଢ଼େଇ ଓ ସମସ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ସଂକଳ୍ପ ପୂଜା କରାଯାଇଥିଲା । ସମସ୍ତ ଶ୍ରଦ୍ଧାଳୁ ରାତ୍ର ଉଜାଗର ରହି ଏକାଦଶ ସ୍କନ୍ଧ ଭାଗବତ ଗାନ କରିଥିଲେ। ରବିବାର ପ୍ରାତଃ କାଳରେ ହୋମଯଜ୍ଞ, ପୂର୍ଣହୁତି, ମହାଆଳତୀ ପରେ ପୂର୍ବାହ୍ନ ପ୍ରାୟ ୧୧ ଟା ୩୦ ରେ ପୁଷ୍ପାଞ୍ଜଳୀ ପ୍ରଦାନ କରି ସମସ୍ତ ପ୍ରାଣୀ ଜଗତର କଲ୍ୟାଣ କାମନା କରାଯାଇଥିଲା ।