Download Now Banner

This browser does not support the video element.

ଦେବଗଡ: ପବ୍ଲିକଆପରେ ଖବର ପ୍ରସାରଣ ପରେ ଭିମଗଞ୍ଜା ଗ୍ରାମବାସୀଙ୍କୁ ବିଦ୍ୟୁତ ସେବା ପ୍ରଦାନ

Debagarh, Debagarh (Deogarh) | Jun 14, 2025
ବାରକୋଟ ବ୍ଲକ କଂଟାପାଲି ଗ୍ରାମପଂଚାୟତ ଭିମଗଞ୍ଜା ଗ୍ରାମବାସୀ ପ୍ରାୟ ୨୦ ଦିନ ଧରି ବିଦ୍ୟୁତ ସେବାରୁ ବଂଚିତ ରହିଥିବା ବେଳେ ଜୁନ ୧୩ ତାରିଖ ଦେବଗଡ ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା । ତେବେ ଜନ ସମସ୍ୟାକୁ ଦୃଷ୍ଟିରେ ରଖି ପବ୍ଲିକଆପରେ ଏହି ଖବର ପ୍ରସାରଣ କରାଯାଇଥିଲା । ଏନେଇ ବିଭାଗୀୟ ଅଧିକାରିଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ମନା କରିଥିବା ବେଳେ ତୁରନ୍ତ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କହିଥିଲେ । ତେବେ ପବ୍ଲିକଆପରେ ଖବର ପ୍ରସାରଣର ଗୋଟିଏ ଦିନ ପରେ ତଥା ଶନିବାର ଭିମଗଞ୍ଜା ଗ୍ରାମବାସୀଙ୍କୁ ବିଦ୍ୟୁତ ସେବା ପ୍ରଦାନ କରାଯାଇଛି ।
Read More News
T & CPrivacy PolicyContact Us