Download Now Banner

This browser does not support the video element.

ଚୌଦ୍ବାର: ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୀଳକଣ୍ଠେଶ୍ବର ମନ୍ଦିର ନିକଟସ୍ଥ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

Choudwar, Cuttack | Apr 24, 2024
କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୀଳକଣ୍ଠେଶ୍ବର ମନ୍ଦିର ନିକଟସ୍ଥ ପୋଖରୀରୁ ପୋଲିସ ବୁଧବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ଶରତ ନାଏକ ବୋଲି ଜଣାପଡିଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଏସସିବି ପଠାଯାଇଛି। ମୃତ ଯୁବକ ଜଣକ ପୋଖରୀକୁ ଲାଗି ଏକ ଘରେ ରହୁଥିବାବେଳେ ସେ ଜଣେ ବାତ ରୋଗୀ ଏବଂ ସେ ମଦ୍ୟପାନ କରନ୍ତି ବୋଲି ଜଣାପଡିଛି। ଏପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
Read More News
T & CPrivacy PolicyContact Us