This browser does not support the video element.
ଚମ୍ପୁଆ: ବିଭିନ୍ନ ଦାବିନେଇ ଠାକୁରାଣୀ ଖଣି ସମ୍ମୁଖରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ
Champua, Kendujhar | Sep 6, 2025
ବିଗତ ପ୍ରାୟ ୧୨ଦିନରୁ ଉର୍ଦ୍ଧ୍ବ ସମୟ ଧରି ବଡବିଲ ନିକଟସ୍ଥ ଠାକୁରାଣୀ ଖଣି ସମ୍ମୁଖରେ ଚାଲିଥିବା ଆନ୍ଦୋଳନ ଆଜିଠାରୁ ପ୍ରତ୍ୟାହୃତ ହୋଇଥିବା ଜଣା ପଡିଛି। ବିଭିନ୍ନ ଦାବିନେଇ ଏହି ଖଣି ସମ୍ମୁଖରେ ଲୋକେ ଆନ୍ଦୋଳନରେ ବସିଥିବା ବେଳେ ଆଜି କମ୍ପାନୀ ପକ୍ଷରୁ ଲୋକଙ୍କ ଦାବି ଉପରେ ଆଲୋଚନା କରାଯିବା ସହ ତାହା ପୂରଣ ପାଇଁ ପ୍ରତିଶୃତି ପାଇବା ପରେ ଲୋକେ ଆନ୍ଦୋଳନରୁ ଓହରି ଯାଇଥିବା ସୂଚନା ରହିଛି।