This browser does not support the video element.
ହିଞ୍ଜିଳି: ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ଶେରଗଡ଼ ଥାନା ଗୋଠ ଗାଁ ଠାରେ ଗଣେଶ ଭଷାଣି ସମୟରେ ଯୁବକ କୁ ନିର୍ମମ ହତ୍ୟା,
Hinjili, Ganjam | Sep 6, 2025
ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ହୋଇଥିବାର ଅଭିଯୋଗ ହୋଇଛି।ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ପି.ଜଗନ୍ନାଥ ପୁର ଗ୍ରାମର ଚନ୍ଦନ ବିଷୋୟୀ ବୋଲି ଜଣାପଡିଛି।ସେ କଙ୍କୋରଡ଼ା ଗ୍ରାମରେ ମାମୁଁ ଘରେରହି ପାଠ ପଢୁଥିଲେ। ସୂଚନା ପ୍ରକାରେ ଗତ ବିଳମ୍ବିତ ରାତିରେ ଚନ୍ଦନ କିଛି ଯୁବକ ସହ ଗୋଠଗାଁ କୌଣସି କାରଣରୁ ଆସିଥିଲେ,ସେଠାରେ କିଛି ଯୁବକଙ୍କ ସହ ବଚଷା ହୋଇଥିବା ବେଳେ ଚନ୍ଦନ ଙ୍କୁ ନିର୍ମମ ହତ୍ୟା କରାଯାଇଛି.