This browser does not support the video element.
କୋରାପୁଟ ସହର: ଡୁମୁରିପୁଟ ବୀର ସୁରେନ୍ଦ୍ର ସାଏ ପାଠାଗାରର ପ୍ରତିଷ୍ଠା ଦିବସ ପାଳନ
Koraput Town, Koraput | Aug 23, 2025
ସଦର ବ୍ଲକ ପଦ୍ମପୁର ପଞ୍ଚାୟତ ଡୁମୁରିପୁଟ ସ୍ଥିତ ବୀର ସୁରେନ୍ଦ୍ର ସାଏ ପାଠାଗାରର ୧୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ସଭାପତି ଏମ ସୁରେଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ଦୀନବନ୍ଧୁ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଠାଗାରର ଆବଶ୍ୟକତା ଏବଂ ଗୁରୁତ୍ଵ ଉପରେ ସନ୍ଧ୍ୟା ୭ଟା ସମୟରେ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ଜଗଦୀଶ ଖୋସଲା ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ତ୍ରିପତି ପାଣିଗ୍ରାହି, ସହ ସମ୍ପାଦକ ବୀଷ୍ଟୁ ଦାସ, ଉପ ସଭାପତି କର୍ପୁର ହନ୍ତାଳ, ସଦସ୍ୟ ସୁକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।