Download Now Banner

This browser does not support the video element.

ଦେବଗଡ: ସ୍ଥାନୀୟ ଗଣେଶ ମେଳା ଶୁଭାରମ୍ଭ, ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପଂଚାୟତିରାଜ ମନ୍ତ୍ରୀ

Debagarh, Debagarh (Deogarh) | Aug 27, 2025
ଦେବଗଡ ଜିଲ୍ଲାର ଗଣପର୍ବ ଭାବେ ପାଳିତ ହୋଇ ଆସୁଥିବା ପ୍ରସିଦ୍ଧ ଦେବଗଡ ଗଣେଶ ମେଳା ବୁଧବାର ଶୁଭାରମ୍ଭ ହୋଇଯାଇଛି । ଚଳିତ ବର୍ଷ ୭୭ ବର୍ଷରେ ଗଣେଶ ମେଳା ପଦାର୍ପଣ କରିଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଦୀପନା ରହିଛି । ପୂଜାମଣ୍ଡପ ଠାରୁ ଆରମ୍ଭ କରି ସାଂସ୍କୃତିକ ମଣ୍ଡପ, ମୀନାବଜାର, ଯାତ୍ରା ପଡିଆ ସବୁଠାରେ ଲୋକଙ୍କ ଗହଳି ଦେଖାଦେଇଛି । ପ୍ରଥମ ଦିନ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ବୁଧବାର ପୂର୍ବାହ୍ନରେ ପୂଜାମଣ୍ଡପରେ ଅଗ୍ୟପୂଜ୍ୟ ଗଜାନନଙ୍କୁ ଆବାହନ କରାଯାଇ ପୂଜାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା ।
Read More News
T & CPrivacy PolicyContact Us