This browser does not support the video element.
ଉଦଳା: ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସନ୍ଧାନ ଗୃହରେ ସମୀକ୍ଷା ବୈଠକ ଅନୁଷ୍ଠିତ, ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର
Udala, Mayurbhanj | Sep 20, 2024
ଖୁବଶୀଘ୍ର ବଦଳିବ ଉଦଳା ଏନଏସିର ରୂପରେଖ । ସ୍ୱଚ୍ଛତା ସହିତ ବିଭିନ୍ନ ଦିଗ ଉପରେ ହେବ କାର୍ଯ୍ୟ । ଆଉ ଏନଏସି ନେବ ନୂଆ ରୂପ । ଯାହାକୁ ନେଇ ସମୀକ୍ଷା କରିଛନ୍ତି ଗ୍ରାମ୍ୟ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର । ଆଜି ଉଦଳା ଗସ୍ତରେ ଆସିଥିଲେ ଗ୍ରାମ୍ୟ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ । ଉଦଳା କଲିଆ ଛକ ନିକଟରେ ତାଙ୍କୁ ଏନଏସି ପକ୍ଷରୁ ସ୍ୱାଗତ କରାଯିବା ପରେ ସ୍ଥାନୀୟ ସନ୍ଧାନୀ ଗୃହ ଠାରେ ଆୟୋଜିତ ହୋଇଥିଲା ଉଦଳା ବିଜ୍ଞାପିତ ଅଂଚଳ ପରିଷଦର ସମୀକ୍ଷା ବୈଠକ । ଏହି ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ସମେତ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, ଉପସ୍ଥିତ ଥିଲେ l