This browser does not support the video element.
ଦେବଗଡ: ରାଜ୍ୟ ସ୍ତରୀୟ ସିନିୟର ହକିରେ ତୃତୀୟ ସ୍ଥାନ ହାସଲ କରିଥିବା ଦେବଗଟ ଟିମକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମ୍ମାନୀତ କଲେ ବିଧାୟକ
Debagarh, Debagarh (Deogarh) | Sep 12, 2025
ରାଉରକେଲା ଆନ୍ତର୍ଜାତିକ ବିର୍ଷା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଚତୁର୍ଥ ରାଜ୍ୟ ସ୍ତରୀୟ ସିନିୟର ପୁରୁଷ ହକି ପ୍ରତିଯୋଗିତାରେ ଦେବଗଡ ଟିମ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏହି ଅବସରରେ ଆଜି ଦିନ ପ୍ରାୟ ୧୨ ଟାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେବଗଡ ହକି ଟିମକୁ ସମ୍ମାନୀତ କରାଯାଇଥିଲା । ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ହକି ଖେଳାଳି, କୋଚ ଏବଂ ଟିମ ମ୍ୟାନେଜରଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରିବା ସହିତ ସମସ୍ତଙ୍କୁ ମିଠା ଖୁଆଇ ଉତ୍ସାହିତ କରିଥିଲେ ।