This browser does not support the video element.
ଯାଜପୁର: ଭଟିଆ ଗାଁର ଜନୈକା ମହିଳାଙ୍କ ଘର ଝରକା ଭାଙ୍ଗି ଦ୍ୱର୍ବୁତ୍ତ ଚୋରୀ କରିନେଲେ ସୁନାଗହଣା ଓ ଟଙ୍କା,ପୋଲିସର ତଦନ୍ତ ଆରମ୍ଭ
Jajapur, Jajpur | Oct 10, 2025
ଭଟିଆ ଗାଁର ଜନୈକା ମହିଳାଙ୍କ ଘର ଝରକା ଭାଙ୍ଗି ଦ୍ୱର୍ବୁତ୍ତ ଚୋରୀ କରିନେଲେ ସୁନାଗହଣା ଓ ଟଙ୍କା,ପୋଲିସର ତଦନ୍ତ ଆରମ୍ଭ l ଗତକାଲି ବିଳମ୍ବିତ ରାତିରେ ଭଟିଆ ଗାଁର ଜୁଲସାରଙ୍କ ଘର ଝରକା ଭାଙ୍ଗି କିଛି ଦୁର୍ବୁତ୍ତ ଘରେ ପଶିଥିଲେ l ଏଥିସହିତ ଧଡ଼ଧାଡ ଶବ୍ବ କରିଥିଲେ l ଏହି ଶବ୍ବ ଶୁଣି ଘର ଲୋକ ଉଠିବା ଫଳରେ ଦୁର୍ବୁତ୍ତ ମାନେ ଚୋରୀ କରି ଘର ପାଚେରୀ ଡେଇଁ ପଳେଇଥିଲେ l ଏହି ଘଟଣାକୁ ନେଇ ଆଜି ଜୁଲସାରଙ୍କ ପରିବାର ପକ୍ଷରୁ ଯାଜପୁର ରୋଡ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ l ଖବର ପାଇ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l