This browser does not support the video element.
ବଡସାହି: ଭାଲିଆ ଗାଁରେ ପଶି ଘରଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଇଲେ ବଣୁଆ ହାତୀପଲ
Barsahi, Mayurbhanj | Sep 6, 2025
ବେତନଟୀ ଥାନା ତଥା ରେଞ୍ଜ ଅଧୀନ ଦହିକଟି ପଞ୍ଚାୟତର ଭାଲିଆ ଗାଁରେ ପଶି ଶନିବାର ଅପରାହ୍ନ ସାଢେଚାରିଟାରେ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଇଲେ ବଣୁଆହାତୀ l ସୂଚନା ମୁତାବକ ଅସନବଣି ଏବଂ ପ୍ରସ୍ତାବିତ ଭାଲିଆ ସଂରକ୍ଷିତ ଜଙ୍ଗଲରେ ୧୨ଟିକିଆ ବଣୁଆ ହାତୀପଲ ବିଚରଣ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଶନିବାର ଅପରାହ୍ନରେ ହଠାତ ଜନବସତି ଭିତରକୁ ପଶି ଆସିଥିଲେ l ହାତୀପଲକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ l