This browser does not support the video element.
କେନ୍ଦୁଝର ସହର: ଟଣ୍ଟୋ ଗ୍ରାମରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୨ ଗିରଫ, ଭୁଜାଲି ଜବତ
Kendujhar Town, Kendujhar | Sep 11, 2025
ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟୋ ଗ୍ରାମରେ ଗତକାଲି ୨ ଜଣ ଦୃର୍ବୁତ୍ତ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ପୀଡ଼ିତଙ୍କ ବାପା ବଡବିଲ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଜଣଙ୍କୁ ଗିରଫ କରିବା ସହ ଏକ ଭୁଜାଲି ଜବତ କରିଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।