Download Now Banner

This browser does not support the video element.

ନୂଆପଡା: ଭରୁଆମୁଣ୍ଡା ଗ୍ରାମରୁ ଏକ କୁଟୁରା ଛୁଆ ଉଦ୍ଧାର

Nuapada, Nuapada | Aug 30, 2025
କୋମନା ରେଞ୍ଜ ଭରୁଆମୁଣ୍ଡା ଗ୍ରାମରୁ ଆଜି ଦିନ ୧୧ ଟାରେ ଏକ କୁଟୁରା ଛୁଆ ଉଦ୍ଧାର କରାଯାଇଛି । ଆଜି ଗ୍ରାମର ଜଣେ ବ୍ୟକ୍ତି ନିକଟସ୍ଥ ଚନ୍ଦୂଲ ଜଙ୍ଗଲକୁ ଛେଳି ଚରାଇ ନେଇଥିଲେ । ଛେଳି ଚରି ଫେରିଲା ବେଳେ ଜଙ୍ଗଲର ଏକ କୁଟୁରା ଛୁଆ ଛେଳି ମାନଙ୍କ ସହ ମିଶି ଘରକୁ ଚାଲି ଆସି ଥିଲା । କୁଟୁରା ଛୁଆ ଆସିଥିବା ଜାଣି କୋମନା ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗ କୁଟୁରା ଛୁଆକୁ ଉଦ୍ଧାର କରି ଆବଶ୍ୟକ ଚିକିତ୍ସା କରିଥିବା ବେଳେ କୁଟୁରା ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି। ଆସନ୍ତାକାଲି କୁଟୁରା ଛୁଆକୁ ଜଙ୍ଗଲରେ ଛଡାଯିବ ବୋଲି ବନବିଭାଗ ପ୍ରକାଶ କରିଛି।
Read More News
T & CPrivacy PolicyContact Us