Download Now Banner

This browser does not support the video element.

ଧରାକୋଟ: ଢଉଗାଁ, ଭଣ୍ଡାରୀବସା ସମେତ ବିଭିନ୍ନ ସ୍ଥାନରେ ସାର କଳା ବଜାରି ରୋକିବା ପାଇଁ ସ୍ବତନ୍ତ୍ର ଟିମ ର ଚଢ଼ାଉ

Dharakote, Ganjam | Aug 30, 2025
ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା କୃଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସ୍ତରୀୟ ଏକ ସ୍କ୍ୱାର୍ଡ ଟିମ ବିଭିନ୍ନ ବେସରକାରୀ ସାର ବିକ୍ରୟ କେନ୍ଦ୍ର ଓ ସେବା ସମବାୟ ସମିତି ଗୁଡିକରେ ଚଢ଼ାଉ କରିଛନ୍ତି । ଏହି ଟିମ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା,ସହକାରୀ କୃଷି ଅଧିକାରୀ ଅନିଲ କୁମାର ବେହେରା ଏବଂ ଧରାକୋଟ ପୋଲିସ ସହାୟତାରେ ଢଉଗାଁ ସ୍ଥିତ ଜୁଆରି ଅଗ୍ରୋ,ଭଣ୍ଡାରିବସା ସ୍ଥିତ ସତ୍ୟସାଇ ଫର୍ଟିଲାଇଯାର ଏବଂ ସମବାୟ ସମିତି ଗୁଡିକର କାଗଜ ପତ୍ର ଯାଞ୍ଚ କରିବା ସହ ସାର ଗୋଦାମ ଗୁଡ଼ିକର ତନଖି କରିଥିଲେ ।
Read More News
T & CPrivacy PolicyContact Us