This browser does not support the video element.
କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ ପ୍ରସିଦ୍ଧ ଗଣେଶପୂଜା ଭସାଣି ଆରମ୍ଭ
Kendrapara, Kendrapara | Sep 1, 2025
କେନ୍ଦ୍ରାପଡ଼ାରେ ପ୍ରସିଦ୍ଧ ଗଣେଶପୂଜା ଭସାଣି ଆରମ୍ଭ ହୋଇଛି l ବିଭିନ୍ନ ପୂଜାକମିଟିର ମେଢ଼ ଗୁଡିକ ଆସ୍ଥାନ ଛାଡି ପୁରୁଣା ବସଷ୍ଟାଣ୍ଡସ୍ଥିତ ମେଳଣ ପଡିଆକୁ ମୁହାଁଇଛନ୍ତି l ସେଠାରେ କେନ୍ଦ୍ରାପଡ଼ା ସହରର ବାଇଶି ମେଢ଼ ଏକତ୍ରିତ ହେବା ପରେ ଭୋଗଲାଗି କରାଯିବ l ଏହା ପରେ ମେଢ଼ଗୁଡିକ ବିସର୍ଜନ ପାଇଁ ବାହାରିବେ l ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହର ମଧ୍ୟରେ ବ୍ୟାପକ ପୋଲିସ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଛି l