This browser does not support the video element.
ଆସିକା: ଖଣ୍ଡଦେଉଳି ଗ୍ରାମ ପୋଖରୀ ରେ ବୁଡ଼ି ଆଠ ବର୍ଷର ନାବାଳକ ର ମୃତ୍ୟୁ
Asika, Ganjam | Aug 30, 2025
ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଣ୍ଡଦେଉଳି ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା l ଗ୍ରାମ ବିଦ୍ୟାଳୟ ନିକଟ ପୋଖରୀରେ ବୁଡ଼ି ଜଣେ ଆଠ ବର୍ଷ ର ନାବାଳକ ର ମୃତ୍ୟୁ ହୋଇଛି l ମୃତ ନାବାଳକ ଖଣ୍ଡଦେଉଳି ଗ୍ରାମର ଶୁଭମ ଡାକୁଆ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଆଜି ଶନିବାର ଥିବାରୁ ଶୁଭମ ବିଦ୍ୟାଳୟ କୁ ଯାଇ ମଧ୍ୟାହ୍ନ ରେ ଫେରି ଗ୍ରାମ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ l ଗାଧୋଇବା ସମୟରେ ଅସାବଧାନତା ବଶତଃ ଖସି ଯାଇ ପାଣି ରେ ବୁଡ଼ି ଯାଇଥିଲେ l