This browser does not support the video element.
ପୋଲସରା: ଡିମ୍ବିରିଆ ଗ୍ରାମର ବହୁ ପୂଜା ମଣ୍ଡପ ହୁଣ୍ଡିରୁ ଚୋରି,ସିସିଟିଭି କ୍ୟାମେରା ଧରିଲା ଚୋରୀ, ଭିଡ଼ିଓ ଭାଇରାଲ
Polasara, Ganjam | Aug 28, 2025
ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳ ବିଭିନ୍ନ ସ୍ଥାନରେ ଗଣେଷ ଚତୁର୍ଥୀ ଉପଲକ୍ଷେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କର ପୂଜା ବିଭିନ୍ନ ମଣ୍ଡପରେ ଅନୁଷ୍ଠିତ ହୋଇଥିବା ବେଳେ ପୂଜା ମଣ୍ଡପ ହୁଣ୍ଡୀ ରୁ ଟଙ୍କା ଚୋରୀ ସିସି ଟିଭି ଭିଡ଼ିଓ ଭାଇରାଲ ହୋଇଛି l ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୋଲସରା ଥାନା ଅନ୍ତର୍ଗତ ଡିମ୍ବିରିଆ ଗ୍ରାମରେ l ଗତ ରାତିରେ ପୋଲସରା ସହରର କିଛି ଯୁବକ ପାଞ୍ଚଟି ବାଇକ୍ ରେ ୧୦ ରୁ ୧୨ ଜଣ ଯୁବକ ଡିମ୍ବିରିଆ ଗ୍ରାମରେ ପହଞ୍ଚି, ଗ୍ରାମରେ ହୋଇଥିବା ସମସ୍ତ ପୂଜା ମଣ୍ଡପକୁ ଯାଇ ସେଠାରେ କୁମ୍ଭରେ ଥିବା ପଇଡ଼ ନେବା ସହିତ ମିଳିଥିବା ଦକ୍ଷିଣା ଓ ହୁଣ୍ଡିରୁ ପଇସା ଚୋରି କରିଛନ୍ତି l