This browser does not support the video element.
ଲାଞ୍ଜିଗଡ: ଜୟପାଟଣା ଗାନ୍ଧୀଗ୍ରାମ ପଡା ଠାରେ ତୈଲିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
Lanjigarh, Kalahandi | Oct 7, 2025
ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଜୟପାଟଣା ତୈଲିକ ସାହୁ ସମାଜ ପକ୍ଷରୁ ଗାନ୍ଧୀଗ୍ରାମ ପଡା ତୃପ୍ତି ଏନକ୍ଳାବ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା।ଏଥିରେ ଅନେକ ସ୍ୱେଚ୍ଛାସେବୀ ରକ୍ତ ଦାନ କରିଥିବା ବେଳେ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ନେତା ଗଙ୍ଗାଧର ମାଝୀ,ସମାଜସେବୀ ଶେଷଦେବ ବେହେରା ଯୋଗ ଦେଇଥିବା ବେଳେ ମେଡ଼ିକାଲ କର୍ମଚାରୀ ଡମ୍ବୁରୁଧର ସାହୁ, କୃଷ୍ଣଚନ୍ଦ୍ର ସାହୁ ଓ ଜତିନ୍ଦ୍ର ପ୍ରସାଦ ବାଗ ରକ୍ତ ସଂଗହ କରିଥିଲେ।