This browser does not support the video element.
କେନ୍ଦୁଝର ସହର: ଲଗାଣ ବର୍ଷାରେ ସାଧୁପଡ଼ା ଗ୍ରାମରେ ଭାଙ୍ଗିଲା ଗୁହାଳ ଘର ଭାଙ୍ଗିଲା ଅଳ୍ପକେ ବର୍ତ୍ତିଲେ ୧୨ ଗାଈଗୋରୁ
Kendujhar Town, Kendujhar | Aug 25, 2025
ପ୍ରବଳ ବର୍ଷାରେ ଭାଙ୍ଗିଲା ଗୁହାଳ ଘର ଭାଙ୍ଗିଲା ଅଳ୍ପକେ ବର୍ତ୍ତିଲେ ୧୨ ଗାଈଗୋରୁ ପାଟଣା:ପାଟଣା ଅଂଚଳରେ ପ୍ରବଳ ବର୍ଷା ହୋଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ତେବେ ବଡ଼ପଟଣା ପଂଚାୟତର ସାଧୁପଡ଼ା ଗ୍ରାମରେ କମଳାକାନ୍ତ ମହାନ୍ତଙ୍କ ଏକ ଟାଇଲି ଗୁହାଳ ଘର ଭୁଷୁଡ଼ି ପଡ଼ିଛି। ତେଣୁ ଗୁହାଳ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ସେଠାରେ ଥିବା ୧୨ଟି ଗାଈଗୋରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଘର ଭାଙ୍ଗି ଯାଇଥିବାରୁ ଗୋରୁମାନେ ବର୍ଷାପାଣିରେ ରହୁଛନ୍ତି ତେଣୁ ଗରୀବ ପରିବାରକୁ ସରକାରୀ ସାହାଯ୍ୟ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତିl