This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ମା ସମଲେଶ୍ୱରୀ ଙ୍କ ଠାରେ ହେଲା ନବାନ୍ନ ଲାଗି
Sambalpur M, Sambalpur | Aug 28, 2025
ପଶ୍ଚିମ ଓଡିଶା ର ଗଣପର୍ବ ନୂଆଁଖାଇ ପାଇଁ ଆଜି ଚଲଚଂଚଳ ସମ୍ବଲପୁର ଜ଼ିଲ୍ଲା l ଗାଁ ରୁ ସହର, ଛୋଟ ରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଆଜି ନୂଆଁଖାଇଛନ୍ତି l ପୂର୍ବ ନିର୍ଦ୍ଧାରିତ ଲଗ୍ନ 10.33 ମିନିଟ ରୁ 10.55 ମିନଟ ମଧ୍ୟରେ ନବାର୍ଣ୍ଣ ଲାଗି ହୋଇଥିଲା l ମାଁ ସମଲେଶ୍ୱରୀଙ୍କ ପୀଠରେ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିଲା l ମାଙ୍କ ପାଇଁ ନବାର୍ଣ୍ଣ ମୁଖ୍ୟ ପୂଜକଙ୍କ ସମେତ ଆଉ ତିନି ପୂଜକଙ୍କ ଘରେ ପ୍ରସ୍ତୁତ ହେଇ ମାଙ୍କ ନିକଟକୁ ଆସିଥିଲା l ନାବାର୍ଣ ଲାଗି ହେଲା ପରେ ମାଁ ସମଲେଶ୍ୱରୀଙ୍କ ମହା ଆଳତୀ ହୋଇଥିଲା l