This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଅବକାରୀ ବିଭାଗର ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି
Jharsuguda, Jharsuguda | Sep 11, 2025
ଆଜି ଝାରସୁଗୁଡା ଜିଲ୍ଲା ଅବକାରୀ ବିଭାଗର ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି l ଆଜି ଗୁରୁବାର ପୂର୍ବାହ୍ନ ୧୦ ଟା ରୁ ୧୧ ଟା ୩୦ ଯାଏଁ ଅନୁଷ୍ଠିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଏବଂ ଅବକାରୀ ବିଭାଗ ର ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ପୂର୍ବରୁ ଏହି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଝାରସୁଗୁଡା ସହରାଞ୍ଚଳରେ ଥିବା ରେଞ୍ଜ କାର୍ଯ୍ୟାଳୟରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲା।